ଆଗରେ ଛାତ୍ରୀ: ୧,୧୨୪ ଛାତ୍ରଛାତ୍ରୀଙ୍କ ମାର୍କ ୯୦% ଉପରେ

ଭୁବନେଶ୍ୱର: ପ୍ରକାଶ ପାଇଛି +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ବିଜ୍ଞାନରେ ୯୪.୧୨% ପ୍ରତିଶତ ଓ ବାଣିଜ୍ୟରେ ୮୯.୨୦% ପ୍ରତିଶତ ପାସହାର ରହିଛି।

ସୂଚନାନୁଯାୟୀ, ଚଳିତବର୍ଷ ୮୭୭୭ ଜଣ ପିଲା ଫର୍ମପୂରଣ କରିଥିଲେ। ସେଥିରୁ ରେଗୁଲା ଥିଲେ ୭୪୫୧। ଏକ୍ସ ରେଗୁଲାର ଥିଲେ ୩୫୫୬ ଜଣ ଛାତ୍ରଛାତ୍ରୀ । ତେବେ ରେଗୁଲାରରେ ୭୩୭୭୧ ଓ ଏକ୍ସ ରେଗୁଲାରରେ ୨୮୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମୋଟ ୭୨,୧୦୬ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବିଜ୍ଞାନରେ ୯୪.୧୨% ରେଜଲ୍ଟ ହୋଇଛି। ରେଗୁଲାରରେ ୭୦,୯୧୮ ପାସ କରିଥିବା ବେଳେ ଏକ୍ସ ରେଗୁଲାରରେ ୧,୧୮୮ ଜଣ ପାସ କରିଛନ୍ତି। ୫୦୧୫୭ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୪,୧୯୨, ତୃତୀୟ ଶ୍ରେଣୀରେ ୬୯୧୦ ଜଣ ପାସ କରିଛନ୍ତି। ୪୫, ୫୮୭ ବାଳକ ପାସ କରିଥିବା ବେଳେ ୯୩.୮୦% ରହିଛି। ଠିକ ସେହିପରି ୩୨, ୫୧୯ ବାଳିକା ପାସ କରିଥିବା ବେଳେ ୯୪.୫୨% ରହିଛି। ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧,୧୨୪ ଛାତ୍ରଛାତ୍ରୀ। ୩୯୩ଟି ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ କରିଛନ୍ତି। ନୟାଗଡ଼ରେ ସର୍ବାଧିକ ୯୯.୧୧%, କନ୍ଧମାଳରେ ସର୍ବନିମ୍ନ ୭୬.୮୧% ପିଲା ପାସ କରିଛନ୍ତି।

ସେହିପରି ଚଳିତବର୍ଷ ପ୍ରଥମ ଶ୍ରେଣୀରେ ମୋଟ ୧୦, ୮୬୩, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ବାଳକ ପାସ ହାର- ୮୮.୩୨% ରହିଥିବା ବେଳେ ବାଳିକା ପାସ ହାର ୯୦.୭୧% ରହିଛି। ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ। ୧୩୪ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦୦% ଛାତ୍ରଛାତ୍ରୀ ପାସ କରିଛନ୍ତି। ବୌଦ୍ଧ ସର୍ବାଧିକ ୧୦୦%, ଦେବଗଡ଼ ସର୍ବନିମ୍ନ ୬୧.୫୩% ପାସ କରିଛନ୍ତି।

Related Articles

Back to top button