କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: ରାଜ୍ୟରେ ଉଦ୍ୟାନ କୃଷି ସଫଳତାର ସହ କୃଷକଙ୍କ ନିକଟରେ ପହଞ୍ଚି ପାରିଛି। ଜାତୀୟ ଉଦ୍ୟାନ ବୋର୍ଡ ତଥ୍ୟ ଅନୁଯାୟୀ ସର୍ବ ଭାରତୀୟସ୍ତରରେ ଫଳ ଓ ପନିପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ଅନ୍ୟତମ। କନ୍ଦମୂଳରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିବାବେଳେ ବାଇଗଣ ଓ ବନ୍ଧାକୋବୀରେ ଦ୍ୱିତୀୟ, ଭେଣ୍ଡି ଓ ବିଲାତିବାଇଗଣ ଓ ତରଭୂଜରେ ପଞ୍ଚମ ସ୍ଥାନ ଅଧିକାର କରିଛି। ଗତ ୧୦ ବର୍ଷ ମଧ୍ୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ କୃଷକ ଓ ଅନ୍ୟାନ୍ୟ ସଂସ୍ଥାକୁ ଆମ୍ବ, କାଜୁ,କମଳା, ଲେମ୍ବୁ, ଲିଚୁ,ଡାଳିମ୍ବ, ନଡ଼ିଆ ଓ ପିଜୁଳିର ୩ କୋଟି ୬୪ ଲକ୍ଷ ଚାରା ଯୋଗାଇ ଦେଇଛି। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

Related Articles

Back to top button