ଓଡ଼ିଶାରେ ୨୯.୩୫% ଲୋକେ ଗରିବ

ଭୁବନେଶ୍ୱର: ଓଡ଼ିଶାର ମୋଟ ଜନସଂଖ୍ୟାର ୨୯.୩୫% ଲୋକ ଗରିବ ବୋଲି ଆକଳନ କରାଯାଇଛି । ଜାତୀୟ ହାର ତୁଳନାରେ ଓଡ଼ିଶାରେ କମ୍ ଗରିବ ଅଛନ୍ତି ବୋଲି ରାଜ୍ୟ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ସୂଚନା ଦେଇଛନ୍ତି।

ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଢ଼ୋଲକିଆ ଦର୍ଶାଇଛନ୍ତି ଯେ, ଦାରିଦ୍ର‌୍ୟ ଦୂରୀକରଣ ପାଇଁ ରାଜ୍ୟ ଚାଲିଥିବା ଓଡ଼ିଶା ଜୀବିକା ମିଶନ, କାଳିଆ ଓ ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କାଘର, ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଣ, ଦକ୍ଷତା ଓ ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନଗଦ ବିହୀନ ଚିକିତ୍ସା, ମନରେଗା ଓ ମୁକ୍ତା ରୋଜନାରେ ରୋଜଗାରର ସୁବ୍ୟବସ୍ଥା ଇତ୍ୟିାଦି ଉଲ୍ଲେଖନୀୟ । ଏହାର ପ୍ରଭାବରେ ରାଜ୍ୟରେ ସମ୍ପୂର୍ଣ୍ଣ ଦାରିଦ୍ର‌୍ୟର ହ୍ରାସ ଘଟୁଛି।

Related Articles

Back to top button