ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରିଚାଳିତ ବି.ଟେକ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ବିତୀୟ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ। ଏଥିନିମନ୍ତେ ଆସନ୍ତାକାଲି(ସୋମବାର)ଠାରୁ ଅନଲାଇନରେ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ବିଦ୍ୟାର୍ଥୀ ୱେବସାଇଟ (www.ojee.nic.in)କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ। ଫର୍ମ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୭ ରାତି ୧୧ଟା ପର୍ଯ୍ୟନ୍ତ ରହିଛି। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷ୍ୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବି.ଟେକ, ଲାଟେରାଲ ଟେକ (ଡିପ୍ଲୋମା), ଲାଟେରାଲ ଟେକ (ବି.ଏସସି), ଏମବିଏ, ଏମସିଏ, ବି.ଫାର୍ମା ଏବଂ ଏମ.ଫାର୍ମା ପାଠ୍ୟକ୍ରମରେ ନାମଲେଖାଇବା ନିମନ୍ତେ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି)ମୋଡରେ ପରୀକ୍ଷା କରାଯିବ। ଜେଇଇ ମୁଖ୍ୟ ଏବଂ ପ୍ରଥମ ଓଜେଇଇରେ ରାଙ୍କ ପାଇଥିବା ବିଦ୍ୟାର୍ଥୀ ନାମଲେଖାଇ ସାରିବା ପରେ ବଳକା ସିଟ୍‌ରେ ନାମଲେଖାଇବା ନିମନ୍ତେ ଦ୍ବିତୀୟ ଓଜେଇଇରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାରୀ ଦିଆଯିବ।

Related Articles

Back to top button