ପୁରୁଷ ହକି: ଘାନାକୁ ୧୧-୦ରେ ହରାଇଲା ଭାରତ

ବର୍ମିଂହାମ୍‌ : ଭାରତୀୟ ପୁରୁଷ ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍‌ ‘ବି’ର ମ୍ୟାଚରେ ଭାରତ ଏକତରଫା ଭାବେ ଘାନାକୁ ୧୧-୦ ଗୋଲରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଭାରତ ସୋମବାର ୨ୟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳିବ।
ପ୍ରଥମ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଭିଷେକ ଗୋଲରେ ପରିଣତ କରି ଖାତା ଖୋଲିଥିଲେ। ୧୦ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ ସିଂହ ଗୋଲ୍‌ ଦେଇଥିଲେ। ୧୪ ମିନିଟ୍‌ରେ ଭାରତ ପକ୍ଷରୁ ସମଶେର ସିଂହ ୩ୟ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୩-୦ ଗୋଲରେ ଆଗୁଆ ରହିଥିଲା। ୨୦ ମିନିଟ୍‌ରେ ଆକାଶଦୀପ୍‌ ସିଂହ ୪ର୍ଥ ଗୋଲ ଦେଇଥିଲେ। ୨୨ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ଯୁଗରାଜ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧରେ ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା। ୩୬ ମିନିଟ୍‌ରେ ହରମନପ୍ରୀତ ସିଂହ ୬ଷ୍ଠ, ୩୯ ମିନିଟ୍‌ରେ ନୀଳକାନ୍ତ ଶର୍ମା ୭ମ, ୪୦ ମିନିଟ୍‌ରେ ବରୁଣ କୁମାର ୮ମ ଓ ୪୫ ମିନିଟ୍‌ରେ ଯୁଗରାଜ ସିଂହ ୯ମ ଗୋଲ ଦେଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତ ଆଉ ୨ଟି ଗୋଲ ଦେଇଥିଲା। ୪୮ ମିନିଟ୍‌ରେ ମନଦୀପ୍‌ ସିଂହ ୧୦ମ ଓ ୫୪ ମିନିଟ୍‌ରେ ହରମନପ୍ରୀତ ସିଂହ ବ୍ୟକ୍ତିଗତ ୩ୟ ଓ ଦଳ ପକ୍ଷରୁ ୧୧ଶ ଗୋଲ୍‌ ଦେଇଥିଲେ।

Related Articles

Back to top button