ନିଟ ରେ ଜାଲିଆତି କରି 3 ଗିରଫ

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ ରେ ଜାଲିଆତି କରି 3 ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ଏକ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସୂଚନା ଅନୁଯାୟୀ ଭଦ୍ରକ ସହରର ଏକ ଘରୋଇ ସ୍କୁଲ ରେ ନିଟ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀ ଙ୍କୁ ଧରିଛି ପୋଲିସ । ମେ ମାସ 5 ତାରିଖ ରେ ନିଟ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ କାର୍ଡରେ ନକଲି ପରୀକ୍ଷାର୍ଥୀ ଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ ମୟୁରଭଞ୍ଜ ଅଞ୍ଚଳ ର ଶାଶ୍ୱତ ତ୍ରିପାଠୀ ନିଟ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାର ଙ୍କ ସହ ଯୋଗାଯୋଗ କରିଥିଲେ । ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜ ର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜ କୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀ ର ଛାତ୍ର ହୋଇଥିବାରୁ ମାତ୍ର 10 ଲକ୍ଷ ଟଙ୍କା ରେ ପରୀକ୍ଷା ପାଇଁ ଡିଲ ହୋଇଥିଲା । ତେବେ ଯାଞ୍ଚ ବେଳେ ପୋଲିସ 3 ଜଣ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ 3 ଜଣ ଫେରାର ଅଛନ୍ତି । ଗିରଫ ଙ୍କ ମଧ୍ୟରେ ବିହାର ଅଞ୍ଚଳ ର ଅଙ୍କିତ ରାଜ , ମଧ୍ୟସ୍ଥି ବିହାର ର ରାଜେଶ ମଧୁକର ଓ ବିହାର ର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି । 10 ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କ ରେ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ପୋଲିସ ସବିଶେଷ ତଥ୍ୟ ପ୍ରଦାନ କରି ନାହିଁ ।

Related Articles

Back to top button