ଆହୁରି ୫ ଦିନ ଲାଗି ରହିବ ବର୍ଷା ଓ ଘଡଘଡି

ରାଜ୍ୟରେ କାଳବୈଶାଖୀ କାରଣରୁ ତାତିରୁ ଆଶ୍ୱସ୍ତି ମିଳିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଗତ ଦୁଇ ଦିନରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଅସହ୍ୟ ତାତିରୁ ମୁକ୍ତି ଦେଇଛି । ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ପର୍ଯ୍ୟନ୍ତ ଛତିଶଗଡ ଦେଇ ଏକ ନିମ୍ନଚାପ ରେଖା ଦେଇ ଗତି କରୁଛି । ଏହା ପ୍ରଭାବରେ ସମଗ୍ର ଓଡିଶାରେ ବର୍ଷା ପାଗ ଲାଗିରହଛି । ଆଗକୁ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ଓ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗ ପର୍ଯ୍ୟନ୍ତ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାର ତାଣ୍ଡବ ରୂପ ଦେଖାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ ଓଡ଼ିଶାର ମୋଟ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ତାଲିକାରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡା,ବଲାଙ୍ଗୀର ଓ କୋରାପୁଟକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହାସହିତ ପ୍ରବଳ ବର୍ଷା ଓ ଘଡଘଡି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ କରାଯାଇଛି । ସେହିପରି ଆଜି ପାଇଁ ମୟୁରଭଞ୍ଜ,କେନ୍ଦୁଝର, ବାଲେଶ୍ୱର,ଗଞ୍ଜାମ,ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ଆଶଙ୍କା ନେଇ ଆଲାର୍ଟ ଜାରି କରିଛି । କେନ୍ଦ୍ରାପଡା, କଟକ, ନୟାଗଡ, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟରେ ବର୍ଷା ଘଡଘଡି ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ଏହି ଜିଲ୍ଲା ଗୁଡିକରେ ୪୦-୫୦ କିମି ବେଗରେ ପବନ ହେବାର ପାଣିପାଗ କେନ୍ଦ୍ର ଚେତାବନୀ ଦେଇଛି ।

Related Articles

Back to top button