ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କାର ଦକ୍ଷିଣା ।

ଅର୍ପଣ ରଥରୁ ଶ୍ରୀମନ୍ଦିରକୁ ମିଳିଛି ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କାର ଦକ୍ଷିଣା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜାନୁଆରୀ ୨୨ ତାରିଖରୁ ଫେବ୍ରୁଆରୀ ୭ ତାରିଖ ମଧ୍ୟରେ ଏହି ଅର୍ଥରାଶି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ନେଇ ମନ୍ଦିର ପ୍ରଶାସନ ସୂଚନା ଦେଇଛି । ୩୦ଟି ଯାକ ଜିଲ୍ଲାରୁ ଏହି ଦକ୍ଷିଣା ଭକ୍ତମାନେ ଶ୍ରୀମନ୍ଦିରକୁ ଦେଇଛନ୍ତି ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଗାଁରେ ଅର୍ପଣ ରଥ ବୁଲିଥିଲା । ଏହି ସମୟରେ ଲୋକମାନେ କାଳିଆ ପାଇଁ ଗୁଆ ନଡିଆ ଦେବା ସହିତ ଅରୁଆ ଚାଉଳ ଏବଂ ଦକ୍ଷିଣା ପ୍ରଦାନ କରିଥିଲେ ।ବର୍ତ୍ତମାନ ଏହି ଦକ୍ଷିଣାର ପରିମାଣ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଶୂନ୍ୟକାଳରେ ବିଜେପି ଆଜି ପୁଣି ଅର୍ପଣ ରଥ ଓ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛି । ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଘେରିଛନ୍ତି । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଥିଲା ? କାହା ନିର୍ଦ୍ଦେଶରେ ଶ୍ରୀ ମନ୍ଦିର ନୀତି ବିରୁଦ୍ଧରେ ଉଷୁନା ଚାଉଳରେ ମହାପ୍ରସାଦ ତିଆରି ହେଲା ? ଏହା ଉପରେ ସରକାର ସ୍ପଷ୍ଟୀକରଣ ଦେବା ପାଇଁ ବାଚସ୍ପତିଙ୍କ ରୁଲିଂ ପାଇଁ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ।ମୋହନ ମାଝୀ କହିଥିଲେ, ବାର ମିଶା ଚାଉଳ ଶ୍ରୀମନ୍ଦିରକୁ ଗଲା କେମିତି? ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି। କେତେ ଅର୍ଥ ସଂଗ୍ରହ ହେଲା, ତାର ହିସାବ ନାହିଁ । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇଲେ, ଯାହା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ।

Related Articles

Back to top button