ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଲେ ଚାଷୀ: ସୀମା ସିଲ୍ କଲା ଦିଲ୍ଲୀ ପୋଲିସ

ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃ୍ତ୍ୱରେ ଆଜି ନୋଏଡା ଓ ଗ୍ରେଟର ନୋଏଡାର ହଜାର ହଜାର ଚାଷୀ ପାଲ୍ୟାମେଣ୍ଟ ମାର୍ଚ୍ଚରେ ବାହାରିଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ସମସ୍ତ ସୀମା ବନ୍ଦ କରିଛି ।କୃଷକମାନେ ବିଭିନ୍ନ ଦାବି ନେଇ ଏହି ମାର୍ଚ୍ଚ ଆରମ୍ଭ କରିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି ଜନତାଙ୍କ ପ୍ରତିନିଧୀ ସେମାନଙ୍କ ଅଭିଯୋଗ ଶୁଣୁଛନ୍ତି, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାସହ ପୂର୍ବ କୃଷକ ଆନ୍ଦୋଳନ ବେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନହେବାରୁ ଏହା ବିରୋଧରେ ସରକାରଙ୍କୁ ଜଣାଇବାକୁ ଏହି ରାଲି କରୁଥିବା କହିଛନ୍ତି । ଏବେ କୃଷକମାନେ ଦଳିତ ପ୍ରେରଣା ସ୍ଥଳରେ ପହଂଚିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି । ପୋଲିସ ଏହି ରାସ୍ତାକୁ ଟ୍ରକ ଓ ବ୍ୟାରିକେଡ ମାଧ୍ୟମରେ ବନ୍ଦ କରିଛି ।

Related Articles

Back to top button