ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୋଲିବ ୩ଟି ନୂଆ ଆନିମଲ କମ୍ପେ୍ଲକ୍ସ

ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୋଲିବ ୩ଟି ନୂଆ ଆନିମଲ କମ୍ପେ୍ଲକ୍ସ । କମ୍ଲେକ୍ସରେ ଖୋଲିବ ୨୨ଟି ଖୁଆଡ । ଯାହା ଶୀତଦିନ ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଲୋକାର୍ପଣ ହେବାର ସୂଚନା ରହିଛି । ଏହି କମ୍ପେ୍ଲକ୍ସରେ ଆପଣ ବିଭିନ୍ନ ପ୍ରଜାତିର ଦୁର୍ଲଭ ମାଙ୍କଡ ଓ ଜୀବଜନ୍ତୁ ଦେଖିପାରିବେ । ଏହାସହ ନର୍ଥ ଇଷ୍ଟ ପାନୋରମା ଓ ଏକ୍ସଟିକ୍ ପ୍ରାଇମେଟ୍ କମ୍ଲେକ୍ସର ସମୁଦାୟ ୧୯ଟି ଏନକ୍ଲୋଜରରେ ଦେଶ ବିଦେଶର ଦୁର୍ଲଭ ମକାକ୍ ମାଙ୍କଡ ଓ ଜୀବଜନ୍ତୁ ପାଇଁ ହୋଇଛି ବ୍ୟବସ୍ଥା । ସବୁ ଖୁଆଡକୁ ହାଇ ଡେଫିନେସନ ନ୍ୟାଚୁରାଲ ଥିମ ଅନୁସାରେ ଡିଜାଇନ ଓ ତିଆରି କରାଯାଉଛି । ଯାହା ଖୁବ ସୁନ୍ଦର ଦେଖାଯାଉଛି । ଆଉ ଏଥଇପାଇଁ ନନ୍ଦନକାନନ କତ୍ତୃପକ୍ଷ ଦିନରାତି ଏକ କରିଦେଇଛନ୍ତି ।

Related Articles

Back to top button