
ଓଡ଼ିଶା ହାଇକୋର୍ଟ ପାଇଁ ତିନି ନୂଆ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ
କଟକ: ଓଡ଼ିଶା ହାଇକୋର୍ଟ ପାଇଁ ତିନି ଜଣ ନୂଆ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ୩ ଜଣଙ୍କ ମଧ୍ୟରେ ଜଣେ ଆଇନଜୀବୀ ହୋଇଥିବା ବେଳେ ୨ ଜଣ ବିଚାର ବିଭାଗୀୟ ଅଧିକାରୀ ଅଛନ୍ତି। ସୂଚନା ଅନୁସାରେ ଆଇନଜୀବୀ ସୁମନ ପଟ୍ଟନାୟକ, ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାସଙ୍କ ନାମ ସୁପାରିସ ହୋଇଛି।