ସୁନ୍ଦରଗଡରେ ଟମାଟୋ ଫ୍ଲୁ ବ୍ୟାପିଲା! ୩ ଜଣ ଛାତ୍ର ଆଇସୋଲେସନରେ

ସୁନ୍ଦରଗଡ: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ ଏବେ ବୃଦ୍ଧି ପାଇଥିବା ବେଳେ ଦେଶରେ ମଙ୍କିପକ୍ସ ଭାଇରସ ମୁଣ୍ଡ ଉପରେ ଖଣ୍ଡା ଝୁଲିବା ଭଳି ପରିସ୍ତିତି ସୃଷ୍ଟି କରିଛି । ଏହା ଉପରେ ଆଉ ଏକ ଚିନ୍ତାର କାରଣ ପାଲଟିଛି ଟମାଟୋ ଫ୍ଲୁ । ସୁନ୍ଦରଗଡ ଜିଲ୍ଳାରେ ଟମାଟୋ ଫ୍ଲୁ ବ୍ୟାପୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏକ ବିଦ୍ୟାଳୟର ୩ ଜଣଙ୍କ ଦେହରେ ଏହି ଭାଇରସ ସଂକ୍ରମଣ ହୋଇଥିବା ନେଇ ଆଶଙ୍କା ଦେଖାଦେଇଛି ।

ସ୍କୁଲର ଏହି ୩ ଜଣ ଛାତ୍ରଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଫ୍ଲୁରେ ପୀଡିତ ଏହି ପିଲାମାନଙ୍କ ନମୁନା ସଂଗ୍ରହ କରାଯିବା ପାଇଁ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯାଇଥିବା ସୂଚନା ମିଳିଛି । ତେଣୁ ଟେଷ୍ଟ ରିପୋର୍ଟକୁ ଏବେ ସମସ୍ତଙ୍କର ଅପେକ୍ଷା । ରିପୋର୍ଟ ଆସିବା ପରେ ଏହି ରୋଗ ସମ୍ପର୍କରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି କହିଛନ୍ତି ସିଡିଏମଓ । ସେପଟେ ଏ ନେଇ ସମସ୍ତଙ୍କ ମନରେ ଏକ ଭୟ ଖେଳିଯାଇଛି । କରୋନା, ମଙ୍କିପକ୍ସର ଭୟ ଟମାଟୋ ଫ୍ଲୁ ପୀଡିତଙ୍କ ଆଖିରେ ସ୍ପଷ୍ଟ ବାରି ହୋଇ ପଡିଛି ।

Related Articles

Back to top button