ଫର୍ମୁଲା ୱାନ ଚାମ୍ପିୟନ ସେବାଷ୍ଟିଆନ୍ ଭେଟେଲଙ୍କ ସନ୍ୟାସ ଘୋଷଣା

ଫର୍ମୁଲା ୱାନର ମହାନ ଖେଳାଳି ଜର୍ମାନୀର ରେସିଂ ଡ୍ରାଇଭର ସେବାଷ୍ଟିଆନ୍ ଭେଟେଲ ସନ୍ୟାସ ନେଇ ଘୋଷଣା କରିଛନ୍ତି । ଚାରି ଥରର ଫର୍ମୁଲା ୱାନ ଚାମ୍ପିୟନ ସେବାଷ୍ଟିଆନ୍ ୨୦୨୨ ସିଜନ ଶେଷ ପରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ସେ ବର୍ତ୍ତମାନ ଏଷ୍ଟର ମାର୍ଟିନ ସହ ଜଡିତ ଅଛନ୍ତି । ଚଳିତ ସିଜନରେ ସେ ଶେଷ ଥର ପାଇଁ ନିଜର ଏଫ ୱାନ ସହ ରେସିଂ ଟ୍ରାକରେ ଦେଖିବାକୁ ମିଳିବେ।

ସେସେବାଷ୍ଟିଆନ୍ ନିଜର କ୍ୟାରିୟରେ ୫୩ ଥର ରେସିଂ ଟ୍ରାକରେ ବିଜୟ ହାସଲ କରିଛନ୍ତି । ସେବାଷ୍ଟିଆନ୍ ୨୦୦୭ରେ ଡେବ୍ୟୁ କରିଥିଲେ ଏବଂ ଏହାପରେ ସେ ଅନେକ ପ୍ରତିଯୋଗିତାରେ ନିଜର ଦମ ଦେଖାଇଥିଲେ।

ସେବାଷ୍ଟିଆନ୍ ଫର୍ମୁଲା ୱାନ ଦୁନିଆର ସର୍ବଶ୍ରେଷ୍ଠ ରେସର୍ସଙ୍କ ମଧ୍ୟରୁ ଜଣେ । ସେ ଗ୍ରାଣ୍ଡ ପ୍ରିକ୍ସ ହାଇଟଲ ହାସଲ ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୫୩ଟି ମ୍ୟାଚ ଜିତିଛନ୍ତି । ତେବେ ଏହି ମାମଲାରେ ଲୁଇସ ହାମିଲଟନ ପ୍ରଥମ ସ୍ଥାନରେ ଅଛନ୍ତି । ସେ ୧୦୩ଟି ମୁକାବିଲାରେ ବିଜୟୀ ହୋଇଛନ୍ତି । ସେହିପରି ମାଇକେଲ ସୁମାକର ୯୧ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେବାଷ୍ଟିଆନ୍ ନିଜ ସନ୍ୟାସ ଘୋଷଣା କରି କହିଛନ୍ତି, ‘ମୋର ୧୫ ବର୍ଷର କ୍ୟାରିୟରରେ ବହୁ ପ୍ରତିଭାବନ ଲୋକଙ୍କ ସହ କାମ କରିଛି। ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ। ମୁଁ ଗତ ଦୁଇ ବର୍ଷ ଧରି ଏଷ୍ଟନ ମାର୍ଟିନ ସହ ଜଡିତ ଅଛି। ତେବେ ଆମକୁ ଆଶାନୁରୂପ ସଫଳତା ମିଳିପାରି ନାହିଁ’।

Related Articles

Back to top button