୩,୪୨୫ ଲଡୁରେ ପୁରୀ ବେଳାଭୂମିରେ ଗଣେଶଙ୍କ ବାଲୁକାକଳା

ଭୁବନେଶ୍ବର: ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଲୋକମାନେ କୌଣସି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିପାରି ନ ଥିଲେ। କିନ୍ତୁ ଚଳିତ ବର୍ଷ ସାରା ଦେଶରେ ଗଣେଶ ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଉଛି। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୁଧବାର ପୁରୀ ବେଳାଭୂମିରେ ବାଲୁକାକଳାରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କରିଛନ୍ତି। ଯାହା ୩,୪୨୫ ଲଡୁ ଏବଂ କିଛି ଫୁଲରେ ଏହି ବାଲୁକା ମୂର୍ତ୍ତିଟି ତିଆରି କରାଯାଇଛି। ଏହା ଦେଖିବାକୁ ବେଶ୍‌ ସୁନ୍ଦର ହୋଇଥିବା ବେଳେ ଏହାକୁ ସୁଦର୍ଶନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button