ଚୀନର ଡ୍ରୋନକୁ ନଷ୍ଟ କରିବାକୁ ଗୁଳି ମାଡ କଲା ତାଇୱାନ

ତାଇୱାନ ସେନା ମଙ୍ଗଳବାର ଚୀନର ଡ୍ରୋନକୁ ନଷ୍ଟ କରିବା ପାଇଁ ଗୁଳି ମାଡ କରିଛି । ତାଇୱାନ ସେନାର ମୁଖପାତ୍ର ଏହାକୁ ୱାର୍ଣ୍ଣିଂ ସଟ୍ସ ବୋଲି କହିଛନ୍ତି । ଏହାସହ ଚୀନ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ଏହା ପ୍ରଥମ ଥର ଯେତେବେଳେ ତାଇୱାନର ସେନା ଏପରି ଆକ୍ରମଣାତ୍ମକ ପଦକ୍ଷେପ ଆପଣାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଡ୍ରୋନ ତାଇୱାନ ନିୟନ୍ତ୍ରଣଧୀନ ଏକ ଦ୍ୱୀପରେ ଚୀନ ସୀମା ନିକଟରୁ ଉଡାଣ ଭରିଥିଲା । ରିପୋର୍ଟ ଅନୁସାରେ, ତାଇୱାନ ସେନାର ଜବାବ ପରେ ଡ୍ରୋନଟି ପୁଣି ଥରେ ଚୀନ ଆଡକୁ ଫେରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ପରେ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି। ପେଲୋସିଙ୍କ ଗସ୍ତ ସମୟରେ ଚୀନ ବିମାନ ତାଇୱାନ ବାୟୁ ସୀମାରେ ଉଡାଣ ଭରିଥିଲା। ଅନ୍ୟପଟେ ଆମେରିକୁ ଚେତାବନୀ ଦେଇ ଏହାର ପରିଣା ଭୋଗିବାକୁ ପଡିବ ବୋଲି ଚୀନ ଚେତାବନୀ ଦେଇଥିଲା। ଏହିପରି ତାଇୱାନକୁ ନେଇ ଆମେରିକା ଏବଂ ଚୀନ ସିଧାସିଧା ମୁହାଁମୁହିଁ ହୋଇଥିଲେ।

Related Articles

Back to top button