ରେଲୱେ ଟ୍ରାକରୁ ୪ ମୃତଦେହ ଉଦ୍ଧାର: ତଦନ୍ତ କରୁଛି ପୋଲିସ

ରେଳ ଟ୍ରାକ୍‌ରୁ ମିଳିଲା ଖଣ୍ଡବିଖଣ୍ଡିତ ୪ ମୃତଦେହ । ଏପରି ଏକ ଅଭାବନୀୟ ଘଟଣା ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର ରେଳ ଟ୍ରାକ୍‌ରେ ଘଟିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଓଡିଶା ଝାଡ଼ଖଣ୍ଡ ସୀମାନ୍ତର ରେଳ ଟ୍ରାକ୍‌ରେ ୪ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରୁ ୨ ଜଣ ଶିଶୁ ଓ ଜଣେ ମହିଳା , ଜଣେ ପୁରୁଷ । ମୃତକ ୪ ଜଣଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିନଥିଲେ ସୁଦ୍ଧା ସମସ୍ତେ ଗୋଟେ ପରିବାରର ବୋଲି ଅନୁମାନ କରାଯାଉଥିବା ସୂଚନା ମିଳିଛି ।

ମୃତଦେହ ରେଳ ଟ୍ରାକ୍‌ ଉପରେ ପଡ଼ିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମୃତଦେହ ରେଳ ଟ୍ରାକ୍‌ ଉପରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଥିଲା । ଏହି ଘଟଣାଟି ଆତ୍ମହତ୍ୟା ବୋଲି ସୂଚନା ମିଳୁଛି । ହତ୍ୟା ପରେ କେହି ଜଣେ ମୃତଦେହକୁ ଏମିତି ଅବସ୍ଥାରେ ଫିଙ୍ଗି ଦେଇ ପଳାଇଯାଇଛନ୍ତି । ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକ, ପୋଲିସକୁ ଖବର ଦେଇଥିଲେ । ଖବର ପାଇ , ପୋଲିସ ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଏ ଓ କେଉଁ କାରଣରୁ ଏପରି ହତ୍ୟା କରିଛି ପୋଲିସ ତାର ତଦନ୍ତ କରୁଛି ।

Related Articles

Back to top button