ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଚୌଦ୍ବାରରେ ଓ୍ବେଲପସନ ଲୁଗା କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ବିଶ୍ବସ୍ତରୀୟ କମ୍ପାନୀ ଓଡ଼ିଶାକୁ ଆସିବା ଖୁସିର କଥା।ୱେଲପସନ ଲୁଗା କାରଖାନା ପାଇଁ ଶୁଭ ଦେଇ ମୁଁ ବହୁତ ଖୁସି । ସମସ୍ତଙ୍କ ସହଯୋଗରେ ଓଡିଶା ସାରା ବିଶ୍ବରେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ସୁନାମ ଆଣିବ। ଚୌଦ୍ବାରରେ ବିଜୁ ବାବୁ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଶିଳ୍ପ କ୍ଷେତ୍ରରେ ଏକ ନୂଆ ପରିଚୟ ଦେଖାଦେଲା। ଆଜି ୩ ହଜାର କୋଟି ଟଙ୍କାର ଲୁଗା କାରଖାନାର ଶିଳାନ୍ୟାସ ହୋଇଛି।

ଏହାଦ୍ବାରା ୧୦ ହଜାର ଯୁବକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲୁଗା କାରଖାନା ହେଲେ କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା ଓ ଗଜପତି ଜିଲ୍ଲାର କପା ଚାଷୀ ଲାଭବାନ ହେବେ। ଖାସ କରି ମା ମା’ନେ ସ୍ବାବଲମ୍ବୀ ହେବା ସହ ସୁବିଧା ପାଇବେ।

Related Articles

Back to top button