ସୁଖୋଇ ପାଇଟର ଜେଟରୁ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ, ୪୦୦ କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ସୁଖୋଇ ଫାଇଟର ଜେଟ୍ ରୁ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ କରିଛି । ଯାହାକି ଆଣ୍ଟି-ସିପ୍ ୱେରିୟଣ୍ଟ ଥିଲା । ତେବେ ସୁଖୋଇରୁ ଏହି ମିଶାଇଲ ଶତ୍ରୁର ଜାହାଜକୁ ସମ୍ପୂର୍ଣ୍ଣ ରୂପେ ଧଂସ କରିପାରିବାର କ୍ଷମତା ଥିବା ଜଣାପଡିଛି । ଏହି ପରୀକ୍ଷଣ ବୁଧବାର ଦିନ ହୋଇଥିବା ବେଳେ ଏହା ୪୦୦ କି.ମି ଲକ୍ଷଭେଦ କରିବାରେ ସଫଳ ହୋଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ତେବେ ବାୟୁସେନାର ଏହି ସୂଚନା ଅନୁଯାୟୀ ବ୍ରହ୍ମୋସ ମିଶାଇଲଟି ସୁଖୋଇ ଏସ୍ୟୁ-୩୦ ଏୟାକ୍ରାଫ୍ଟରୁ ପରୀକ୍ଷଣ କରାଯାଇଥିଲା । ଯାହାକି ବଙ୍ଗୋପସାଗରରେ ଥିବା ଏକ ଜଡାହାଜକୁ ଟାର୍ଗେଟ୍ କିବା ସହ ସଠିକ୍ ଲକ୍ଷ ଭେଦ କରିଥିଲା । ତେବେ ସୁଖୋଇ ଏସ୍ୟୁ-୩୦ ଏୟାକ୍ରାଫ୍ଟରୁ ଅଧିକ ଦୂରତା ସମ୍ପନ୍ନ ଭାବରେ ଏହି ମିଶାଇଲଟି ପ୍ରଥମ ପରୀକ୍ଷଣ ଥିଲା । ଯାହାର ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ବର୍ତ୍ତମାନ ସୁଖୋଇ ଏସ୍ୟୁ-୩୦ ଏୟାକ୍ରାଫ୍ଟରୁ ଜଳ ଓ ସ୍ଥଳ ମାର୍ଗରେ ଶତ୍ରୁକୁ ଉଚିତ୍ ଜାବାବ ଦେବାରେ ସକ୍ଷମ ହୋଇଛି ।

ଏହି ମିଶାଇଲ ପରୀକ୍ଷଣରେ ଭାରତୀୟ ବାୟୁସେନା ସହ ଭାରତୀୟ ନୌଉସେନା,ଡିଆରଡିଓ, ବିଏପିଏଲ୍ ଏବଂ ଏଚଏଲ ଆଦି ସାମିଲ ଥିଲେ । ଏହିମାନଙ୍କ ଉଦୟମ ଫଳରେ ଭାରତକୁ ଏକ ବୃ ସଫଳତା ମିଳିଛି । ତେବେ ଏହି ଯୁଦ୍ଧ ବିମାନ ମାଧ୍ୟମରେ ସମୁଦ୍ରରେ ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଥିବା ଶତ୍ରୁର ଯୁଦ୍ଧ ଜାହାଜ ନଷ୍ଟ କରିହେବ ।

Related Articles

Back to top button