ମୃତ ପ୍ରିଜାଇଡିଂ ଅଫିସରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଦେବେ ନିର୍ବାଚନ ଆୟୋଗ

ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ପ୍ରିଜାଇଡିଂ ଅଫିସର ଦୁର୍ଘଟଣାର ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ତେବେ ଏନେଇ ନିର୍ବାଚନ ଆୟୋଗ ତାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରାଯାଇଛି । ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଦେବେ ନିର୍ବାଚନ ଆୟୋଗ ।ବିହିତ ପଦକ୍ଷେପ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ମୃତ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ନାୟକଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା । ତେବେ ପସନ୍ନ ଖଡ଼ିଆଳ ରାନିମୁଣ୍ଡା ୧୮୪ ନଂ ବୁଥର ପ୍ରିଜାଇଡିଂ ଅଫିସର ଥିଲେ । ଇଭିଏମ ଜମା କରି ଫେରିବା ବେଳେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

ସୋମବାର ନିର୍ବାଚନ ସରିବା ପରେ ଇଭିଏମ୍‌ ମେଶିନ ଜମା କରି ଏକ ବାଇକ୍‌ ଯୋଗେ ପ୍ରସନ୍ନ ମଙ୍ଗଳବାର ଦିନ ଘରକୁ ଫେରୁଥିଲେ । ଏହି ସମୟରେ ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡ ତୃଣବିହନ ଉତ୍ପାଦନ କେନ୍ଦ୍ର ନିକଟରେ ଏକ କାର ସହ ତାଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

Related Articles

Back to top button