ଓଡ଼ିଶାର ୪ ପୋଲିସ୍‌ଙ୍କୁ ମିଳିବ ପଦକ, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା

ଭୁବନେଶ୍ବର: ଓଡ଼ିଶାର ୪ ପୋଲିସ୍‌ଙ୍କୁ  ପାଇଁ ମିଳିବ ପଦକ । ତଦନ୍ତରେ ଉତ୍କର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଦକ ପାଇଁ ଘୋଷଣା କରାଯାଇଛି । ଦେଶର ମୋଟ ୧୫୧ ପୋଲିସ୍‌ଙ୍କ ମଧ୍ୟରୁ ଓଡ଼ିଶାରୁ ୪ ଜଣଙ୍କୁ ପଦକ ଦିଆଯାଇଛି । ଜଣେ ଡ଼ିଏସପି ଓ ୩ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ । ଡ଼ିଏସପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନୁସୟା ନାୟକ ଓ ରମେଶ ପ୍ରଧାନଙ୍କୁ ମିଳିବ ପଦକ । ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ମିଳିବ ପଦକ । ମହାରାଷ୍ଟ୍ରରୁ ୧୧,ୟୁପି ଓ ଏମପିରୁ ୧୦ ଲେଖାଏଁ ଅଫିସରଙ୍କୁ ଏହି ପଦକ ମିଳିବ ।

Related Articles

Back to top button