ଖୋଲିବ ରତ୍ନଭଣ୍ଡାର: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଏଏସଆଇ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ । ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ଏଏସଆଇ । ଅଗଷ୍ଟ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲେ ଏଏସଆଇ ସୁପରିଟେଣ୍ଡେଣ୍ଟ । ସେହିପରି ରାଜ୍ୟ ଆୟୋଗଙ୍କୁ ମଧ୍ୟ ଚିଠି ଲେଖଇଚନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ପ୍ଲାଷ୍ଟର ଖରାପ ଥିବାରୁ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ବାହାରୁ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିଲା । ଏବେ ଭିତରୁ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏହି ଚିଠି ଲେଖାଯାଇଛି । ୨୦୧୮ ମାର୍ଚ୍ଚ ୨୨ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା । ତେବେ ଚାବି ହଜିଯାଇଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା ।

Related Articles

Back to top button