କ୍ଷୀରରେ ଡିଟରଜେଣ୍ଟ ମିଶାଇବା ଅଭିଯୋଗରେ ଦୁଗ୍ଧ ଚାଷୀଙ୍କ ଉପରେ ୯ଲକ୍ଷ ୩୩ହଜାର ଟଙ୍କା ଜରିମାନା

ଆପଣ ପିଉଥିବା କ୍ଷୀର କେତେ ଶୁଦ୍ଧ? ଶୁଦ୍ଧତାର କଥା ଯଦି ଆପଣ ଜାଣିବେ ତେବେ ଆପଣ ନିଶ୍ଚୟ ଚକିତ ହୋଇଯିବେ । କାରଣ ପ୍ରତ୍ୟେକ ଦିନ ଆପଣ ପିଉଥିବା କ୍ଷୀରରେ ରହିଛି ଡିଟରଜେଣ୍ଟ । ଏଭଳି ଏକ ଅଭିଯୋଗ ଆସିବା ପରେ କିଛି ଦୁଗ୍ଧ ଚାଷୀଙ୍କ ଉପରେ ୯ଲକ୍ଷ ୩୩ହଜାର ଟଙ୍କା ଜରିମାନା କରାଯାଇଛି ।

ସୂଚନା ମୁତାବକ ଅପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ପରୀକ୍ଷା ପାଇଁ ୨୦୭ଟି କ୍ଷୀରର ନମୁନା ନିଆଯାଇଥିଲା । ସେଥିମଧ୍ୟରୁ ୧୪୪ଟି କ୍ଷୀରର ରିପୋର୍ଟ ଆସିଛି । ଯେଉଁଥିରେ ୫୬ଟି କ୍ଷୀରର ନମୁନା ଅପମିଶ୍ରିତ ବୋଲି ଜଣାପଡ଼ିଛି । ରିପୋର୍ଟରେ ଦର୍ଶାଯାଇଛି କି ୧୬ଟି ନମୁନାରେ ଡିଟରଜେଣ୍ଟ ମିଶାଯାଇଛି । ଅନ୍ୟ ୪୦ଟି କ୍ଷୀରର ମାନ ଠିକ୍‌ ନଥିବା କୁହାଯାଇଛି ।

ଏନେଇ ଖାଦ୍ୟ ବିଭାଗର ସହକାରୀ କମିଶନର ଅର୍ଚ୍ଚନା ଧୀରାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମୟ ସମୟରେ କ୍ଷୀର ନମୁନା ନିଆଯାଏ । କ୍ଷୀରରେ ଡିଟରଜେଣ୍ଟ ଗୁଡିକର ଚିହ୍ନ ହେଖିବାକୁ ମିଳିଛି । କ୍ଷୀର ରଖିବା ପାଇଁ ବ୍ୟବହୃତ ପାତ୍ରକୁ ସଫା ନକରିବା କାରଣରୁ ଏପରି ଚିହ୍ନ ଦେଖାଯାଇଛି । ଏଥି ସହ ସେ କ୍ଷୀରର ଶୁଦ୍ଧତାକୁ ନେଇ କିଛି ବିବୃତ୍ତି ମଧ୍ୟ ରଖିଥିଲେ ।

Related Articles

Back to top button