ଆବାସିକ ହଷ୍ଟେଲର ୪୦ ଛାତ୍ରୀ ଅସୁସ୍ଥ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସ୍ଥିତ ଆଦିବାସୀ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ହାଇସ୍କୁଲର ୪୦ ଛାତ୍ରୀ ଅସୁସ୍ଥ । ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ହଠାତ୍ ମୁଣ୍ଡ ବୁଲାଇବା ସହ ଝାଡା ହେବାରୁ ଅସୁସ୍ଥ ହୋଇ ପଡ଼ିଥିଲେ ୪୦ ଛାତ୍ରୀ । ତେବେ କେଉଁ କାରଣରୁ ଅସୁସ୍ଥ ହେଲେ ସଠିକ୍ ଜଣା ପଡି ନ ଥିବା ବେଳେ ଋତୁ ପରିବର୍ତ୍ତନ ହେଉଥିବାରୁ ଏଭଳି ହୋଇଥିବା ଡାକ୍ତର ଆଶଙ୍କା କରୁଥିବା କହିଛନ୍ତି । ଗତକାଲି ସନ୍ଧ୍ୟା ବେଳେ  ସୁଜି ଖାଇବା ପରେ ଆଜି ସକାଳୁ ଅସୁସ୍ଥ ହୋଇପଡ଼ିଲେ ୪୦ ଛେତ୍ରୀ। ସେମାନଙ୍କର ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହେଉଥିବା ନେଇ ଛାତ୍ରୀମାନେ କହିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କେନ୍ଦୁଝର ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି  ।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ରହୁଛନ୍ତି ଗତକାଲି ସନ୍ଧ୍ୟା ସମୟରେ ସମସ୍ତ ଛାତ୍ରୀ ହଷ୍ଟେଲ ମେସ୍‌ରେ ସୁଜି ଖାଇଥିଲେ। ଏହାପରେ ଧୀରେ ଧୀରେ କିଛି ପିଲାଙ୍କ ଦେହ ଖରାପ ହେବାକୁ ଲାଗିଲା । ସକାଳୁ ଏହି ସଂଖ୍ୟା ୪୦ ଉପରେ ପହଞ୍ଚିଲା।

ଏହାଦେଖି ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କୁ ଚିକିତ୍ସା ଲାଗି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ନିୟନ୍ତ୍ରଣାଧୀନ ଥିବା ଜଣାଯାଇଛି।  ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ସେମାନଙ୍କ ଅବସ୍ଥା  ସ୍ଥିର ରହିଥିବା ନେଇ ଶିକ୍ଷକ କହିଛନ୍ତି  ।

Related Articles

Back to top button