ଗତ ୫ ବର୍ଷରେ ଓଡିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୫୩% କେସ୍ ର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ: ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨
ନୂଆଦିଲ୍ଲୀ: ଇଣ୍ଡିଆନ୍ ଜଷ୍ଟିସ ରିପୋର୍ଟ-୨୦୨୨ରୁ ଜାଣିବାକୁ ମିଳିଛି , ଗତ ୫ ବର୍ଷରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଗୁଡିକ ମଧ୍ୟରୁ ୫୩% କେସ୍ ସମାଧାନ କରାଯାଇ ନାହିଁ । ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨ର ତୃତୀୟ ସଂସ୍କରଣରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।
ମଙ୍ଗଳବାର ପ୍ରକାଶ ପାଇଛି ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨ । ତେବେ ଗତ ୫ ବର୍ଷ ମଧ୍ୟରେ ହାଇକୋର୍ଟରେ ବିଚାରାଧୀନ ରହିଥିବା ସମସ୍ତ ମାମଲା ମଧ୍ୟରୁ ମାତ୍ର ୪୭% ମାମଲାର ସମାଧାନ କରାଯାଇ ପାରିଛି । ଅନ୍ୟ ୫୩% କେସ୍ ଗୁଡିକର ଏପର୍ଯ୍ୟନ୍ତ ମିମାଂଶା ହୋଇନାହିଁ । ସେହିପରି ଗତ ୫-୧୦ ବର୍ଷ ମଧ୍ୟରେ ୨୫%, ୧୦-୨୦ବର୍ଷ ମଧ୍ୟରେ ୧୭% ଏବଂ ୨୦ବର୍ଷରୁ ଅଧିକ ହେବ ୪% ମାମଲାର ବିଚାର କରିବାରେ ଏପର୍ଯ୍ୟନ୍ତ ଫେଲ ମାରିଛନ୍ତି ହାଇକୋର୍ଟ । ଏହାବ୍ୟତୀତ ଯଦି ନିଯୁକ୍ତି ବିଷୟରେ କୁହାଯାଏ, ତେବେ ହାଇକୋର୍ଟରେ ଏବେ ବି ୩୩% ବିଚାରପତି ପଦୀ ସହିତ ୨୮% କର୍ମଚାରୀ ପଦବୀ ଖାଲି ପଡିଛି ।
ସେହିପରି ଅତିରିକ୍ତ ଅଦାଲତରେ ୨୦% ବିଚାରପତି ପଦ ଏବେ ମଧ୍ୟ ଫାଙ୍କା ରହିଛି । ନ୍ୟାୟିକ ସହାୟତାରେ ଏହି ବର୍ଷ ଗୁଡିକରେ ଓଡିଶାର ବଜେଟ ୮୮% ରହିଛି । ସମସ୍ତ ରାଜ୍ୟର ପୋଲିସ, ବିଚାର ବ୍ୟବସ୍ଥ, କାରାଗାର ଏବଂ ନ୍ୟାୟିକ ସହାୟତାର ତଥ୍ୟ।।ବଳିକୁ ଅଧାର କରି ଏହି ପ୍ରସ୍ତୁତ କରାଯାଇଛି ।