ରାଜ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯିବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଓଡିଶାରେ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରାୟ ୧୮ ହଜାରରୁ ଅଧିକ ଶିକ୍ଷକ ଉପକୃତ ହୋଇପାରିବେ । ୧୩ ଦିନ ଧରି ଏହି ଶିକ୍ଷକମାନଙ୍କୁ ନିୟମିତ କରିବା ଦାବି ନେଇ ଧାରଣାରେ ବସିବା ପରେ ଆଜି ସେମାନଙ୍କ ଦାବି ଉପରେ ମୋହର ବାଜିଛି । ଏଣିକି ଏହି ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ଭାବରେ ଗଣନା କରାଯିବ ।

Related Articles

Back to top button