ସ୍କୁଲ ଫାଟକ ପଡ଼ି ୫ମ ଶ୍ରେଣୀ ଛାତ୍ରୀ ମୃତ

ଗୁଣୁପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଘଟିଛି ଏକ ଅଭାବନୀୟ ଘଟଣା। ସ୍କୁଲ ପାଚେରୀ ଫାଟକ ଭାଙ୍ଗି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କ ଉପରେ ପଡ଼ିଯିବା ଫଳରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ହେଲେ ଆହୁତୀ ଶବର।

ସୂଚନା ଅନୁସାରେ, ଆଜି ଦିନ ୧୨ଟା ସମୟରେ କେତେଜଣ ପିଲା ଶୌଚାଳୟ ଯିବା ସମୟରେ ହଠାତ୍ ପାଚେରୀ ଫାଟକଟି ଭାଙ୍ଗି ପଡ଼ିଥିଲା। ଏଥିରେ ଗୁରୁତର ଆହତ ଛାତ୍ରୀଙ୍କୁ ୧୦୮ ଆମ୍ଭୁଲାନ୍ସ ଯୋଗେ ପ୍ରଥମେ ପଦ୍ମପୁର ମେଡିକାଲ ପରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ଘଟିଛି। ଏପଟେ ବିଚିକୋଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Related Articles

Back to top button