ଏ ସ୍ୱର କାହାର କୁହ? ଟ୍ୱିଟରରେ ବର୍ଷାଙ୍କୁ ପ୍ରଶ୍ନ କଲେ ଅନୁଭବ

ଭୁବନେଶ୍ୱର: ବର୍ଷା ତୁମେ କୁହ… ଏ ସ୍ୱର କାହାର ? ଫୋନରେ ତୁମେ ଓ ତୁମ ଭଉଣୀ ମୋ ପରିବାର ବିରୋଧରେ କଣ ଏମିତି ଗପୁଥିଲ। ୨ ବର୍ଷର ପୁରୁଣା ଅଡିଓକୁ ନେଇ ପୁଣି ପ୍ରସଙ୍ଗ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାରେ କୋର୍ଟରେ ଚାଲିଥିବା ବେଳେ ଟ୍ୱିଟରରେ ଏକ ଲିଙ୍କ ପୋଷ୍ଟ କରିଛନ୍ତି ଅନୁଭବ। ଯେଉଁଥିରେ ବର୍ଷା ଓ ତାଙ୍କ ଭଉଣୀ କିଛି କଥା ହେଉଛନ୍ତି ।

ଟ୍ୱିଟରେ ଅଡିଓ ଲିଙ୍କ ପୋଷ୍ଟ କରି ବର୍ଷାଙ୍କୁ ଜବାବ ମାଗିଛନ୍ତି ଅନୁଭବ। ଲେଖିଛନ୍ତି, ତୁମ ଛବିକୁ କଳଙ୍କିତ କରିବା ମୋ ଉଦ୍ଦେଶ୍ୟ ନୁହେଁ। ମୁଁ ତୁମକୁ ସମ୍ମାନ ଦିଏ। ଗୋଟିଏ ଅଡିଓ ମୋତେ ମୋ ପରିବାରକୁ ଅପମାନିତ କରିବା ସହ ମାନସିକ ଆଘାତ ଦେଉଛି। ବର୍ଷା ଏ ଟ୍ୱିଟ୍ ବନ୍ଧୁ ଭାବେ କରୁଛି ମୋତେ ଉତ୍ତର ଦିଅ।

Related Articles

Back to top button