୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ ଗୋଟି ମହାବଳ ବାଘଙ୍କ ମୃତ୍ୟୁ: ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ସହ କଲରାପତରିଆ ପ୍ରଜାତିର ବାଘ ରହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (NTCA)ଙ୍କ ଦ୍ୱାରା ୨୦୧୮ରେ ପ୍ରକାଶିତ ଆକଳନ ଅନୁସାରେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ ରହିଛି ।

ବାଘ ମୃତ୍ୟୁ ଓ ରାଜ୍ୟରେ କେତେ ବାଘ ଅଛନ୍ତି ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନରେ ଏ ତଥ୍ୟ ଦେଇଛନ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୨୦୧୨-୧୩ରୁ ୨୦୨୧-୨୨ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ ଗୋଟି ମହାବଳ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ମହାବଳ ଶିକାରୀଙ୍କ ଫାସରେ ପଡ଼ି ଜୀବନ ହାରିଛନ୍ତି ।

Related Articles

Back to top button