କମ୍ବିଂ ଅପରେସନ ବେଳେ ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ

ଓଡ଼ିଶା ଛତିଶଗଡ଼ ସୀମାରୁ ୬ ମାଓବାଦୀ ଗିରଫ। କମ୍ବିଂ ଅପରେସନ ବେଳେ ଯବାନଙ୍କୁ ମିଳିଛି ବଡ ସଫଳତା। ଯବାନମାନେ ମାଓବାଦୀଙ୍କୁ ଗିରଫ କରିବା ସହିତ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ଜବତ କରାଯାଇଛି। ଏହା ସହ ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ମଧ୍ୟ ଜବତ କରାଯାଇଛି।

ସୂଚନା ମୁତାବକ, କମ୍ବିଂ ଅପରେସନ ବେଳେ ୬ ମାଓବାଦୀ ଗିରଫ। ଏହାସହିତ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଓଡ଼ିଶା ଛତିଶଗଡ଼ ସୀମାରୁ ମାଓବାଦୀଙ୍କ କ୍ୟାମ୍ପ ଲାଗିଥିବା ନେଇ ଖବର ଆସିଥିଲା ଏହାପରେ ଯୋଜନା ମୁତାବକ ଯବାନମାନେ ମାଓବାଦୀଙ୍କ ଲାଗିଥିବା କ୍ୟାମ୍ପକୁ ଠାବ କରିଥିଲା। ଏହାପରେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ, ଡିଟୋନେଟର ଓ ୟୁବିଜିଏଲ୍ ସେଲ୍ ଜବତ ହୋଇଛି। ସମସ୍ତ ଜବତ ହୋଇଥିବା ସାମଗ୍ରୀକୁ ନେଇ ସୁଖିତ ଭାବେ ରଖାଯାଇଛି।

Related Articles

Back to top button