୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି : ପ୍ରଶାନ୍ତ କିଶୋର

ଦେଶରେ ଏପ୍ରିଲ ୧୯ ତାରିଖରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ବତ୍ତମାନ ନେତା ମାନେ ମତଦାତାଙ୍କୁ ନିଜ ଆଡକୁ ଟାଣିବା ଲାଗି ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି ।ବିଶେଷ କରି କେନ୍ଦ୍ରରେ ଶାସନ କରୁଥିବା ବିଜେପି ଅବକି ବାର ୪୦୦ ପାର ର ନାରା ଦେଇ ଜୋରଦାର କରୁଛି ପ୍ରଚାର ଆଉ ଏଭଳି ମାହୋଲ ଭିତରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଏକ ବଡ଼ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ।

ଆଉ ବିଜେନପି ୩୦୦ ରୁ ଅଧିକ ସିଟ୍ ଜିତିବାରେ ହେବ ସଫଳ । କିନ୍ତୁ ବିଜେପି ୩୭୦ଟି ଆସନ ଜିତିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଶାନ୍ତ । ଅନ୍ୟପଟେ ବିଜେପି ଅଧିକ ଫୋକସରେ ରଖିଛି ଦକ୍ଷିଣ ରାଜ୍ୟର ଭୋଟ ବ୍ୟାଙ୍କ ଉପରେ । ଆଉ ଏହାକୁ ନେଇ ପ୍ରଶାନ୍ତ କିଶୋର ଦାବି କରିଛନ୍ତି, ଶାସକ ଭାଜପା ଦକ୍ଷିଣ ଏବଂ ପୂର୍ବ ଭାରତରେ ବିପୁଳ ଲାଭ କରିବାକୁ ଯାଉଛି । ଏହି କ୍ଷେତ୍ରରେ ଭାଜପାର ଭୋଟ ବ୍ୟାଙ୍କ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପିର ରଥକୁ ଅଟକାଇବା ପାଇଁ ବିରୋଧୀଙ୍କ ନିକଟରେ ଅନେକ ସୁଯୋଗ ଥିଲା, କିନ୍ତୁ ଭୁଲ ନିଷ୍ପତ୍ତି ହେତୁ ସେମାନେ ସମସ୍ତ ସୁଯୋଗ ହରାଇଲେ । ତେଲେଙ୍ଗାନାର ପ୍ରଥମ କିମ୍ବା ଦ୍ୱିତୀୟ ବୃହତମ ଦଳ ଭାବରେ ବିଜେପି ଉଭା ହେବ । ବିଜେପି ଓଡିଶାରେ ସର୍ବାଧିକ ସଂଖ୍ୟକ ସିଟ ଜିତିବ ।

 

Related Articles

Back to top button