ରକ୍ତ ତୀର୍ଥ ଇରମରେ ୮୦ ତମ ଶହିଦ ଦିବସ ପାଳିତ: ଶହୀଦଙ୍କ ଉଦ୍ଦେଶ୍ୟରେ ଦିଆଗଲା ତୋପ ସଲାମି

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ଥିବା ଇରମ ଶହୀଦ ପଡ଼ିଆରେ ବୁଧବାର ୮୦ ତମ ଶହୀଦ ଦିବସ ପାଳନ କରାଯାଇଛି। ଏହି  ଅବସରରେ ସକାଳେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ପରେ ଜିଲ୍ଲାପାଳ ଶ୍ରୀ ବୋନ୍ଦାରଙ୍କ ସହିତ ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ, ବିଡିଓ ସତ୍ୟଜିତ୍ ରାଉତ ପ୍ରମୁଖ ଯୋଗଦେଇ ସହିଦଙ୍କ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୂର୍ବାହ୍ଣ ୧୧ ଟା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ସହୀଦମାନଙ୍କ ଉଦ୍ଦେଶ୍ୟରେ ତୋପ ସଲାମି ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣସିଂ ମିନ୍ନା ଓ ଏସଡିପିଓ ଉପସ୍ଥିତରେ ସହିଦମାନଙ୍କୁ ତୋପ ସଲାମି ଦିଆଯାଇଥିଲା। ପରେ ବିଭିନ୍ନ ଦଳ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସହୀଦଙ୍କ ସମାଧି ପିଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲେ। ପରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧକ୍ଷକ ଏସପି ମିନ୍ନା ଯୋଗଦେଇ ଶହୀଦ ପରିବାରକୁ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ମଧ୍ୟ ଏକ ରକ୍ତଦାନ ଶିବିର କରାଯାଇଥିଲା।

Related Articles

Back to top button