୯ଜଣ ମାଓବାଦୀ କଲେ ଆତ୍ମସମର୍ପଣ
ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। କିଛି ଦିନ ମଧ୍ୟରେ ଲଗାତାର ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୁଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ଆଜି ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣ ମହିଳା ରହିଛନ୍ତି। ସମସ୍ତ ମାଓବାଦୀ ଛତିଶଗଡ ରାଜ୍ୟ ଦାନ୍ତେୱ୍ବାଡ଼ା ଜିଲ୍ଲା ବୋଲି ଜଣାପଡିଛି । ଏମାନେ ସମସ୍ତେ କେକେବିଏନ୍ ସହ ଜଡିତ ଥିଲେ। ଆତ୍ମ ସମର୍ପଣ କରିବା ପରେ ସରକାରଙ୍କ ନିୟମ ମୁତାବକ ସେମାନଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବାସଗୃହ, ଜମି ଆଦି ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ।