ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବାରୁ ୯ଜଣ ଶ୍ରମିକ ଆହତ

କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବାରୁ ୯ଜଣ ଶ୍ରମିକ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯାଇଥିଲା। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୯ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା।‌

ଗୁରୁତର ଆହତ ହୋଇଥିବା ୪ଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ। କେତେଜଣ ଶ୍ରମିକ ପ୍ଲାଣ୍ଟରେ କାମକରୁଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ।

Related Articles

Back to top button