ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର

ଜାଲରେ ପଡ଼ିଲା ୪ ଫୁଟ ଲମ୍ବର କୁମ୍ଭୀର। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଡୁବୁଡୁବି ନଦୀର ମହାପଦା ପୋଲ ନିକଟରୁ କୁମ୍ଭୀର ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା । ଏହି ନଦୀରେ ଦୀର୍ଘ ମାସେ ହେବ ୨ରୁ ୩ଟି କୁମ୍ଭୀର ଆତଙ୍କ ଖେଳାଇଥିଲେ । ଛେଳି, ଗୋରୁଙ୍କୁ ମାରି ଖାଉଥିଲେ । ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିଲେ । ବାରମ୍ବାର ବନବିଭାଗକୁ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳୁନଥିବା ଲୋକେ କହିଛନ୍ତି । ଆଜି ଜାଲରେ ଗୋଟିଏ କୁମ୍ଭୀର ଲାଗିବା ପରେ ଅନ୍ୟ କୁମ୍ଭୀର ଗୁଡ଼ିକୁ ଧରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related Articles

Back to top button