SCBରେ ଆରମ୍ଭ ହେବ ପ୍ରଥମ ଯକୃତ ପ୍ରତିରୋପଣ

ରୋଗୀଙ୍କ ପାଇଁ ଆସିଛି ପୁଣି ଏକ ଖୁସି ଖବର ।ସୂଚନା ମୁତାବକ, କଟକ ସ୍ଥିତ ଏସସିବିରେ ପ୍ରଥମ ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ଏହା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଆଇଜିର ଏକ ଟିମ୍ ଆସି ଏସସିବିର ଡାକ୍ତର ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ଯକୃତ ପ୍ରତିରୋପଣକୁ ଦୃଷ୍ଟିରେ ରଖି ଲିଭର ଦାତା ଓ ଗ୍ରହୀତାଙ୍କୁ ପ୍ରସ୍ତୁତ ରଖିବାକୁ ଲିଭର ଫେଲ୍ୟୁଅର କ୍ଲିନିକର ମୁଖ୍ୟ ତଥା ଯକୃତ ପ୍ରତିରୋପଣର ନୋଡାଲ ଅଫିସରଙ୍କୁ କୁହାଯାଇଛି ।

ଏଥିସହିତ ଲିଭର ପ୍ରତିରୋପଣ ପାଇଁ ମେଡିକାଲ କଲେଜରେ ସେମିନାର ମଧ୍ୟ ଆରମ୍ଭ କରାଯାଇଛି । ଲିଭର ପ୍ରତିରୋପଣ ପାଇଁ ବିଭିନ୍ନ ବିଭାଗର ଡାକ୍ତରମାନେ ଯେଉଁସବୁ କାର୍ଯ୍ୟ କରୁଛନ୍ତି ତା’ର ତାଲିକା (ଡିଏମଇଟି)ଙ୍କ ନିକଟକୁ ପଠାଯାଇଛି । ଲିଭର ପ୍ରତିରୋପଣ ପାଇଁ ଏସସିବିରେ ଯେଉଁ ସବୁ ପରୀକ୍ଷା ଉପଲବ୍ଧ ନାହିଁ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ଉପଲବ୍ଧ କରାଇବାକୁ ବ୍ୟବସ୍ଥା କରାଯାଉଥିବା ମେଡିକାଲ ପକ୍ଷରୁ କୁହାଯାଇଛି । ଲିଭର ଟ୍ରାନ୍ସପ୍ଲାଣ୍ଟ ନିମନ୍ତେ ଗତମାସରେ ମଡ୍ୟୁଲାର ଓଟିରେ ଲାଇଟ୍ ଲଗାଯାଇଥିଲା । ଏହା ମଧ୍ୟରେ ୩ ଜଣ ବିଶେଷଜ୍ଞ ଏସସିବିକୁ ଆସିଥିବା ବେଳେ ଆଉ ୪ ଜଣ ଡାକ୍ତରଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବଦଳି କରାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button