
ତାଳଚେର କଣିହାଁ ଏନ୍ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ
ତାଳଚେର କଣିହାଁ ଏନ୍ଟିପିସିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଛି । ୨ ଓ ୩ ନମ୍ବର କନଭେୟର ବେଲ୍ଟରେ ଲାଗିଛି ନିଆଁ । ୨ଟି ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛି । କୋଇଲାରେ ନିଆଁ ଲାଗିଥିବାରୁ ପୁରା ଅଞ୍ଚଳ ଧୁଆଁମୟ ହୋଇ ଉଠିଛି ।