ବରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ

ମୟୂରଭଞ୍ଜ ଜିଲ୍ଲାର ବରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ଫ୍ରେଜର ହଷ୍ଟେଲ ଛକ ଠାରେ ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ବାରିପଦା ଶାଖାରେ ଘଟିଛି ଅଗ୍ନିକାଣ୍ଡ । ତେବେ ବଡ଼ ଧରଣର ଅଗ୍ନିକାଣ୍ଡ ସତ୍ୱେ ଅଘଟଣରୁ ସମସ୍ତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଖବର ଅନୁଯାୟୀ ବ୍ୟାଙ୍କ ପରିସରରେ ଥିବା କ୍ୟାଣ୍ଟିନରେ ଦିନ ପ୍ରାୟ ୧ଟା ସମୟରେ ନିଆଁ ଲାଗିଯାଇ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା ଆଉ ଅନେକ ଧୂଆଁ ବାହାରକୁ ବାହାରିଥିଲା । ଅଗ୍ନିକାଣ୍ଡ ଘଟିବା କ୍ଷଣି ବ୍ୟାଙ୍କ କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ନେଇ କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ସମୟ ମଧ୍ୟରେ ଅଗ୍ନି ଶିଖାକୁ ଆୟତ୍ତ କରାଯାଇଥିବା ବେଳେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲେ ସମସ୍ତେ କର୍ମଚାରୀ । ତେବେ ନିଆଁ ଲାଗିବା ପରେ ସମସ୍ତ କର୍ମଚାରୀ ବାହାରି ଯାଇଥିବା ବେଳେ ଜଣେ ମହିଳା କର୍ମଚାରୀଙ୍କ ସମେତ ତିନି ଜଣ ବ୍ୟକ୍ତି ବ୍ୟାଙ୍କ ଭିତରେ ଫସି ଯାଇଥିଲେ ଯେଉଁ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ଏବଂ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଲପିଜି ସିଲିଣ୍ଡର ଲିକ ଯୋଗୁଁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇ ନଥିବା ବେଳେ ବ୍ୟାଙ୍କ ମଧ୍ୟରେ ଥିବା ଅନେକ କାଗଜପତ୍ର ଜଳି ଯାଇଥିବା ନେଇ ସୂଚନା ମିଳିଛି । ଅଗ୍ନିକାଣ୍ଡ ଯୋଗୁଁ ଘନ ଧୂଆଁ ସମଗ୍ର ଶାଖାକୁ ଘୋଡାଇ ରଖିଥିଲା, ଯାହା ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି ଅପରେସନରେ ଦୁଇଟି ୟୁନିଟ୍ ଫାୟାର ବ୍ରିଗେଡ୍ ନିୟୋଜିତ ହୋଇଥିଲେ ।

Related Articles

Back to top button