ମଦ୍ୟପ ଡ୍ରାଇଭର ମାନଙ୍କ ଉପରେ ଦୃଢ କାର୍ଯ୍ୟନୂୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ

ମଦ୍ୟପ ଡ୍ରାଇଭର ମାନଙ୍କ ଉପରେ ଦୃଢ କାର୍ଯ୍ୟନୂୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । କମିଶନରେଟ୍ ପୋଲିସ୍ ତରଫରୁ ଚାଲିଛି ‘ଡ୍ରଙ୍କେନ ଡ୍ରାଇଭିଂ’ ଯାଞ୍ଚ । ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ସଚେତନ ଏବଂ ସାବାଡ କରିବାକୁ ରାତି ସମୟରେ କଡାକଡି ଭାବରେ ଯାଞ୍ଚ କରାଯାଉଛି । ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ସମ୍ପୃକ୍ତ ଗାଡ଼ିଚାଳକଙ୍କ ଉପରେ ଜରିମାନା ଆଦାୟ ସହିତ ଡ୍ରାଇଭିଂ ଲାଇଲେନ୍ସକୁ ବାତିଲ୍ କରିବା ନେଇ ତାଗିଦ୍ କରାଯାଇଛି ।

ସେହିଭଳି ଜବତ ଗାଡି ସବୁକୁ କୋର୍ଟ ଚାଲାଣ କାରାଯାଉଛି । ତଥ୍ୟ ଅନୁସାରେ ଫେବୃଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ପ୍ରାୟ ୯୦୦ ଜଣ ମଦ୍ୟପ ଗାଡ଼ି ଚାଳକ ଧରାପଡିଛନ୍ତି ।

 

Related Articles

Back to top button