ଆଜି ଶ୍ରୀମନ୍ଦିରରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ,ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି । ବୁଧବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ଅନୁଷ୍ଠିତ ହେବ । ଏହି ପୂଜା ପାଇଁ ସମସ୍ତ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନିଆଯାଇ ଚକ୍ରତୀର୍ଥ ରୋଡ ସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରାଯିବ । ପୂଜା ପଣ୍ଡା ସେବାୟତମାନଙ୍କ ଦ୍ୱାରା ଏହି ସବୁ ରୀତିନୀତି କରାଯିବ ।

ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ପ୍ରଭୁ ନୃସିଂହ ଦେବଙ୍କୁ ରତ୍ନସିଂହାସନରେ ବିଜେ କରାଯିବ । ଏହାପରେ ଶ୍ରୀନୃସିଂହଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜା କରାଯିବ । ଅନ୍ୟପଟେ ମୁକ୍ତି ମଣ୍ଡପରେ ମଧ୍ୟ ମହାପ୍ରଭୁଙ୍କୁ ବିଜେ କରାଯିବ । ଉଭୟ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯିବା ପରେ ଶ୍ରୀନୃସିଂହ ଠାକୁର ବିମାନରେ ବିଜେ ହୋଇ ନଗର ପରିକ୍ରମା କରିବେ । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଜଗନ୍ନାଥ ବଲ୍ଲଭ ଠାରେ ବିଶେଷ ନୀତି ଅନୁଷ୍ଠିତ ହେବା ସହିତ ରଥଖଳାରେ ମଧ୍ୟ ଏହି ନୀତିକୁ ବିଧି ଓ ପରମ୍ପରା ସହ ପାଳନ ହେବ ।

Related Articles

Back to top button