ଓଡିଶାରେ ରହିବନି ଲଘୁଚାପର ପ୍ରଭାବ: ମନୋରମା ମହାନ୍ତି

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ଏକ ପ୍ରେସମିଟ୍ ଜରିଆରେ ଅଧିକ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି ଓଡିଶାରେ ଲଘୁଚାପର ପ୍ରଭାବ ରହିବନି। ୨୩ରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି। ଏବଂ ୨୪ରୁ ଉତ୍ତର ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ମନା ହୋଇଛି। ଦକ୍ଷିଣ ଓ ଉତ୍ତର ଓଡିଶାରେ କାଳବୈଶାଖୀ ବର୍ଷା ଲାଗିରହିବ। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ତାତି ରହିବ। ଆଭ୍ୟନ୍ତରୀଣ ଓଡିଶାରେ ପାରା ୪୦ ଡିଗ୍ରୀ ଟପିବା ନେଇ ସୂଚନା ରହିଛି।

Related Articles

Back to top button