ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଇଞ୍ଜିନ ଅଗ୍ନିକାଣ୍ଡ

ଚଳନ୍ତା ଟ୍ରେନ୍‌ ଇଞ୍ଜିନରେ ଲାଗିଲା ନିଆଁ । ଜୀବନ ବଞ୍ଚାଇ ଟ୍ରେନ୍‌ରୁ ଡେଇଁପଡିଲେ ଲୋକ ପାଇଲଟ୍ । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ସୂଚନା ଅନୁଯାୟୀ,ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଏକ ଟ୍ରେନ୍ ଇଞ୍ଜିନ ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ ଇଞ୍ଜିନଟି କଟକ ଅଭିମୁଖେ ଯାଉଥିବା ସମୟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ହୁତୁ ହୁତୁ ହୋଇ ଜଳିଲା ଟ୍ରେନ୍ ଇଞ୍ଜିନ । ନିଜ ଜୀବନକୁ ବଞ୍ଚାଇବା ପାଇଁ ଚଳନ୍ତା ଇଞ୍ଜିନରୁ ତଳକୁ ଡେଇଁ ପଡିଲେ ଲୋକ ପାଇଲଟ୍ । ତେବେ ଲୋକ ପାଇଲଟଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସେ ଏବେ ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡିନାହିଁ ।

Related Articles

Back to top button