ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ୨୦୨୪ ନିର୍ବାଚନ ପୂର୍ବରୁ ବ୍ରହ୍ମପୁରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବ୍ରହ୍ମପୁରର ଆମ୍ବପୁଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ରାଜନାଥ। ପ୍ରଧାନମନ୍ତ୍ରୀ ଏଥର ୪ଶହରୁ ଅଧିକ ସିଟ୍‍ ଆସିବ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମର ଦାୟିତ୍ୱ ଏବଂ ଏହାକୁ ପୂରଣ କରିବାରେ କେହି ଅଟକାଇ ପାରିବେନି। ୨୦୧୪ ଓ ୨୦୧୯ ଠାରୁ ଏଥର କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ମୋଦୀଙ୍କ ଫୋକସରେ ଓଡ଼ିଶା ରହିଛି। ୟୁପିଏ ସରକାର ୧୦ବର୍ଷରେ ଓଡ଼ିଶାକୁ ୩ଲକ୍ଷ କୋଟି ଦେଇଥିବା ବେଳେ ୯ବର୍ଷରେ ମୋଦୀ ଓଡ଼ିଶାକୁ ୧୮ଲକ୍ଷ କୋଟି ଦେଇଛନ୍ତି।

Related Articles

Back to top button