ଆଖି ବୁଜିଲା ଅସୁସ୍ଥ ହାତୀ ଛୁଆ

କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି ହାତୀପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟେ ଦନ୍ତା ହାତୀ ଛୁଆ ଗନ୍ଧିଆଗୁଡ଼ା ଜଙ୍ଗଲରେ ମନରେଗା ଯୋଜନାରେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇ ଆହତ ହୋଇଥିଲା।

ବହୁ ଉଦ୍ୟମ ସତ୍ତ୍ୱେ ମା’ ହାତୀ ତାକୁ ଉଦ୍ଧାର କରି ନେଇ ପାରି ନ ଥିଲା। ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଜଣାଇଥିଲେ। ବନବିଭାଗ ଆସି ହାତୀଛୁଆଟିକୁ ଉଦ୍ଧାର ପରେ ଡାକ୍ତରୀ ଚିକିତ୍ସା କରିଥିଲେ ମଧ୍ୟ ଆଜି ସକାଳେ ହାତୀଛୁଆଟିର ମୃତ୍ୟୁ ଘଟିଛି। ଏସିଏଫ୍‌ ଅଶୋକ ଦାସ ସୂଚନା ଦେଇଛନ୍ତି ଯେ ଗତକାଲି ସକାଳେ ହାତୀଟି ଗାତରେ ପଡ଼ିଯାଇଥିଲା। ତା’ ମା ଛୁଆଟିକୁ ଉଠାଇବାକୁ ଚେଷ୍ଟା କରିଥିଲା ମାତ୍ରା ଉଠାଇ ପାରି ନ ଥିଲା। ଯାହା ଫଳରେ ହାତୀଛୁଆଟି ଗଭୀର ଆଘାତ ପାଇଥିଲା। ତିନିଜଣିଆ ଡାକ୍ତର ଚିକିତ୍ସା କରିବା ପରେ ଶେଷରେ ହାତୀଛୁଆଟିର ମୃତ୍ୟୁ ଘଟିଛି। ଦିନକୁ ଦିନ କେନ୍ଦୁଝରରେ ହାତୀମୃତ୍ୟୁ ବଢ଼ିବାରେ ଚାଲିଛି। ହାତୀକୁ ବଞ୍ଚାଇବାରେ ଫେଲ୍‌ ମାରୁଛି ବନବିଭାଗ। ହାତୀର ମୃତ୍ୟୁର କାରଣ ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଏସିଏଫ୍‌ ଶ୍ରୀ ଦାସ କହିଛନ୍ତି।

Related Articles

Back to top button