ଓଡ଼ିଶାକୁ ନାହିଁ ବାତ୍ୟା ଭୟ, କେବଳ ହେବ ହାଲୁକା ବର୍ଷା

୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ବାତ୍ୟାର ଭୟ ନଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି । କେବଳ ଯାହା ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଏହି ବାତ୍ୟାକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି ଯେ ଓଡ଼ିଶାରେ ଉପରେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର ଅବପାତ । ଏହା ବର୍ତମାନ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଆସନ୍ତା ୨୫ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଏହା ଅତିକ୍ରମ କରିବ । ଉପକୂଳ ଅତିକ୍ରମ ସମୟରେ ଗଭୀର ଅବପାତର ରୂପ ନେବ ବାତ୍ୟା । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପାରାଦୀପ ଓ କୁଜଙ୍ଗ ଅଞ୍ଜଳରେ ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

Related Articles

Back to top button