
ଘରେ ପଶି ୨ ମହିଳାଙ୍କୁ ଖଣ୍ଡାରେ ହାଣିଲା ଯୁବକ
ଭୁବନେଶ୍ୱର: ପାରାଦ୍ୱୀପରେ ସକାଳୁ ସକାଳୁ ହତ୍ୟାକାଣ୍ଡ । ଏକ୍ସପ୍ରେସ୍ ୱେ କଲୋନୀରେ ଜଣେ ଯୁବକ ଘରେ ପଶି ଖଣ୍ଡାରେ ୨ ମହିଳାଙ୍କୁ ଆକ୍ରମଣ କରିଥିଲା । ଏଥିରେ ଜଣେ ମହିଳା ଘଟଣାସ୍ଥଳରେ ଏବଂ ଅନ୍ୟ ଜଣେ ମେଡିକାଲ୍ରେ ମୃତ୍ୟୁବରଣ କରିଛନ୍ତି । ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ୨ ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରି ଯୁବକଙ୍କୁ ଗିରଫ କରି କୁଜଙ୍ଗ ଥାନାକୁ ଆଣିଛି । ଆକ୍ରମଣକାରୀ ଯୁବକ ନିଶାସକ୍ତ ଥିବା ସୂଚନା ମିଳିଛି ।