![](https://abhigam.com/wp-content/uploads/2022/08/temp.jpg)
ଭୋଜି ସାରି ଫରୁଥିବା ବେଳେ ୩୦ ଫୁଟ ପୋଲ ତଳକୁ ଖସିପଡିଲା ବୋଲେରୋ: ୪ଜଣ ଗୁରୁତର
ବାରିପଦା: ମୟୁରଭଞ୍ଜର ଠାକୁରମୁଣ୍ଡା ବ୍ଲକ ସାଳନ୍ଦୀ ନଦୀର ବୈରାକୁଣ୍ଡରେ ବଣ ଭୋଜି ସାରି ଫେରୁଥିବା ଏକ ବୋଲେରୋ ସାଳନ୍ଦୀ ନଦୀର ୩୦ଫୁଟ ତଳକୁ ଖସି ପଡିଛି । ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଭରତ ମହାନ୍ତ, ଫାର୍ମାସିଷ୍ଟ କାଳିଚରଣ ରାଉତ, କୋଭିଡ୍ ଷ୍ଟାଫ କୁନା ମହାନ୍ତ, ଆଟେଣ୍ଡାଣ୍ଟ ଚନ୍ଦନ ମହାନ୍ତ।
ମିଳିଥିବା ସୂଚନା ମୁତାବକ, ଠାକୁରମୁଣ୍ଡାକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଭୋଜି କରିବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଶୁକ୍ରବାର ରାତିରେ ବୋଲେରୋଟି ଭାରସାମ୍ୟ ହରାଇ ବୈରାକୁଣ୍ଡ-ବାଗଦଫା ରାସ୍ତାର ସାଳନ୍ଦୀ ନଦୀ ପୋଲ ତଳକୁ ଖସି ପଡିଥିଲା। ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋରେ ଥିବା ୪ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାରେ କୋଭିଡ ଷ୍ଟାଫ କୁନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଘଷିପୁରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଦୁର୍ଘଟଣା ଗ୍ରସ୍ତ ବୋଲେରୋକୁ ପୋଲତଳୁ ଉଦ୍ଧାର କରାଯାଇନାହିଁ।