ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ହେବ ଓଏସଏସସି ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ପୂର୍ବରୁ ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ (ଓଏସଏସସି) ନିଯୁକ୍ତି ପରୀକ୍ଷା ଇଂରାଜୀ ଭାଷାରେ ହେଉଥିଲା । ମାତ୍ର ଏବେ ଏହି ପରୀକ୍ଷା ଓଡ଼ିଆ ଭାଷାରେ ହେବ । ପ୍ରାର୍ଥୀମାନେ ଚାହିଁଲେ ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଓଏସଏସସି ପରୀକ୍ଷା ଦେଇ ପାରିବେ । ଚଳିତ ବର୍ଷଠାରୁ ନିଯୁକ୍ତି ବିଜ୍ଞାପନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆସିବ ବୋଲି ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଓଏସଏସସି ରାଜ୍ୟର କେବଳ ୫/୬ଟି ଜିଲ୍ଲାରେ କରାଯାଉଥିଲା । ମାତ୍ର ଗତବର୍ଷ ଅଗଷ୍ଟ ପରଠାରୁ ତାହା ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ କରାଯାଉଛି । ପୂର୍ବରୁ କେବଳ ଇଂରାଜୀରେ ବିଜ୍ଞାପନ ପ୍ରକାଶ ପାଉଥିବା ବେଳେ ଏବେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରକାଶ ପାଉଛି । ପ୍ରାର୍ଥୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାକୁ ପରୀକ୍ଷାରେ ବିକଳ୍ପ ଭାବେ ବାଛି ପାରୁଛନ୍ତି ।

ତେବେ ଓଏସଏସସି ନିଷ୍ପତ୍ତି ମୁତାବକ, ଚଳିତ ବର୍ଷ ଜାନୁଆରୀ ମାସଠାରୁ ପ୍ରାର୍ଥୀମାନେ ଯେଉଁ ପରୀକ୍ଷା ଦେବେ ସେଥିରେ ନିଜ ଇଚ୍ଛା ମୁତାବକ, ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ଭାବେ ବାଛି ପାରିବେ । ଅଗଷ୍ଟ ପରର ସମସ୍ତ ପରୀକ୍ଷାରେ ପ୍ରାର୍ଥୀଙ୍କର ନମ୍ବରକୁ ତାଙ୍କ ବ୍ୟକ୍ତିଗତ ଅନଲାଇନ ଆକାଉଣ୍ଟରେ ପଠାଇବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଚଳିତ ବର୍ଷ ସମସ୍ତ କମ୍ପ୍ୟୁଟର ଆଧାରିତ ମୁଖ୍ୟ ପରୀକ୍ଷା କେନ୍ଦ୍ରରେ ଜାମର ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button