
ଆଜିଠୁ ଆଡ଼ପ ଦର୍ଶନ ସାଙ୍ଗକୁ ମିଳିବ ଅବଢ଼ା
ପୁରୀ: ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରଦ୍ଧାଳୁ ଆଜିଠାରୁ ଜନ୍ମବେଦୀ ଆଡ଼ପ ମଣ୍ଡପରେ ଦର୍ଶନ କରିବେ। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ଆଡ଼ପ ଅବଢ଼ା ମଧ୍ୟ ପାଇପାରିବେ। ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଆଡ଼ପ ମଣ୍ଡପରେ ଭିଡ଼ ଦେଖିବାକୁ ମିଳିଛି। ଭକ୍ତମାନେ ଆଜି ଉଭୟ ପରିମାଣିକ ଓ ସାହାଣମେଲା ଦର୍ଶନ କରିପାରିବେ। ଅପରାହ୍ନ ଗୋଟାଏରୁ ୨ଟା ମଧ୍ୟରେ ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି।