ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ସିଏସଓ ଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଭିଜିଲାନ୍ସ  ଜାଲରେ ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁ।  ଅତିରିକ୍ତ ସିଏସଓ ସଞ୍ଜୟ ସାହୁଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ରେଡ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।

ସୂଚନା ଅନୁଯାୟୀ, ଅତିରିକ୍ତ ସିଭିଲ ସପ୍ଲାଇ ଅପିସର ସଞ୍ଜୟ ସାହୁଙ୍କ ପାଖରେ ଆୟ ଠାରୁ ଅଧିକ ସଂପତ୍ତି ଥିବା ନେଇ ଭିଜିଲାନ୍ସକୁ ଖବର ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ସାକାଳୁ ସିଏସଓ ସଞ୍ଜୟ ସାହୁଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଚଳାଇଛି ।

ଭୁବନେଶ୍ୱରରେ ୪ଟି ଘରେ ଏବଂ ଭଞ୍ଜନଗର ଅଫିସ୍ ସମେତ ଭଡା ଘରେ ମଧ୍ୟ ରେଡ ଚାଲିଛି । ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଡ ସିଭିଲ୍ ସପ୍ଲାଇ ଅଫିସର ଥିଲେ ସଞ୍ଜୟ ।

Related Articles

Back to top button