ଭୁବନେଶ୍ୱରରେ ହ୍ରାସ ହେଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର:  ତୈଳ ଦରରେ ପରିବର୍ତ୍ତନ ହୋଇଛି । ଆଜି ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ହ୍ରାସ ଘଟିଛି । ସୂଚନା ମୁତାବକ, ଆଜି ରାଜଧାନୀରେ ପେଟ୍ରୋଲ ଲିଟର ୧୦୩.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୪.୭୬ ଟଙ୍କା ରହିଛି । ଦୀର୍ଘଦିନ ଧରି ତୈଳ ଦର ଉପରେ ରୋକ ଲାଗୁ ନଥିବାରୁ ମହଙ୍ଗା ମାଡ଼ ଗ୍ରାହକଙ୍କୁ ବହୁତ କଲବଲ କରୁଥିଲା । ଲୋକଙ୍କୁ ଦୈନିକ ତେଲ ପକାଇବା ପାଇଁ ପକେଟରୁ ଅଧିକ ଅର୍ଥ ଗଣିବାକୁ ପଡ଼ୁଥିଲା ।

ସେହିପରି ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୨.୬୩ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୪.୨୪ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ୧୦୬.୦୩ ଓ ଡିଜେଲ ୯୨.୭୬ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଓ ଡିଜେଲ ୮୭.୮୯ ଟଙ୍କା,  ନୋଇଡ଼ାରେ ପେଟ୍ରୋଲ ୯୬.୭୯ ଓ ଡିଜେଲ ୮୯.୯୬ ଟଙ୍କା, ଗୁରୁଗ୍ରାମରେ ପେଟ୍ରୋଲ ୯୭.୧୮ ଟଙ୍କା ଓ ଡିଜେଲ ୯୦.୦୫ ଟଙ୍କା, ଚଣ୍ଡିଗଡ଼ରେ ପେଟ୍ରୋଲ ୯୬.୨୦ ଓ ଡିଜେଲ ୮୪.୨୬ ଟଙ୍କା, ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଓ ଡିଜେଲ ୯୪.୨୭ ଟଙ୍କା, ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଓ ଡିଜେଲ ୮୯.୬୨ ଟଙ୍କା ରହିଛି ।

Related Articles

Back to top button